Read more
ରଜ ପୋଡ଼ ପିଠା ପ୍ରସ୍ତୁତି
ଅରୁଆ ଚାଉଳ ୧ କିଲୋ , ଗୁଡ଼ ୫୦୦ , ନଡ଼ିଆ ୧ଟା , ତେଜପତ୍ର ଝଟା , ଗୋଲମରିଚ ଗୁଣ୍ଡ ୧ ଚାମଚ , ଘିଅ ୫୦୦ ଗ୍ରାମ , ଲୁଣ ସ୍ବାଦ ଅନୁସାରେ । ପୁର ପାଇଁ ସାମଗ୍ରୀ : ଛେନା ୨୫୦ , ନଡ଼ିଆ ୧ଟା ( କୋରା ଯାଇଥିବ ) , ଗୁଡ଼ ୨୦୦ ଗ୍ରାମ , ଗୁଜୁରାତି ଗୁଣ୍ଡ ୧ ଚାମଚ , କାଜୁ ଅଧ କପ୍ ।
ପୁର ପ୍ରସ୍ତୁତି ପ୍ରଣାଳୀ : ଛେନାକୁ କନାରେ ଚିପୁଡ଼ି ପାଣି ନିଗାଡ଼ି ଦିଅନ୍ତୁ । ଚୁଲିରେ କଡ଼େଇ ବସାଇ ନଡ଼ିଆ କୋରା ଓ ଗୁଡ଼ ପକାଇ କିଛି ସମୟ ଭାଜନ୍ତୁ ଓ ତାପରେ ଗୁଜୁରାତି ଗୁଣ୍ଡ ଓ କାଜୁ ( କାବୁକୁ ଆଗରୁ ଭାଜି ଦେଇଥବେ ) ପକାଇ ଚୁଲିରୁ ଓହ୍ଲାଇ ଆଣନ୍ତୁ ।
ପୋଡ଼ପିଠା ପ୍ରସ୍ତୁତି : ଅରୁଆ ଚାଉଳକୁ ୩୪ ଘଣ୍ଟା ପାଣିରେ ବତୁରାଇ ତାକୁ ଛାଣି ଶୁଖାଇ ଚକିରେ ପେଷି ଦିଅନ୍ତୁ ବା ଗ୍ରାଇଣ୍ଡିଂ କରି ଦିଅନ୍ତୁ । ଏହା ଯେମିତି ଶୁଖିଲା ଓ ଚିକକଣ ରହେ । ନଡ଼ିଆକୁ ଭାଙ୍ଗି ପତଳା ପତଳା କରି କାଟି ତାକୁ ପାତି କରି ରଖନ୍ତୁ । ଚୁଲିରେ ଏକ ବଡ଼ ଖୋଲା ପାତ୍ର ରଖୁ ଅଧ ଲିଟର ପାଣି ଦେଇ ଗରମ କରନ୍ତୁ ଓ ସେଥିରେ ଗୁଡ଼ , କଟା ନଡ଼ିଆ ( ନଡ଼ିଆ ପାତି ) ତେଜପତ୍ର , ଗୁଳନାଦି ରୋଷେଇ ଶିକ୍ଷା ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ । ପାଣି ଫୁଟି ଆସି ଗୁଡ଼ ମିଳାଇ ଗଲେ ଚୁଲିରୁ ଜାଳ କମାଇ ଦେଇ ସେଥିରେ ଚାଉଳ ଚୁନାକୁ ଅଳ୍ପ ଅଳ୍ପ କରି ଧୀରେ ଧୀରେ ପକାନ୍ତୁ ଓ ବଡ଼ ଖଡ଼ିକାରେ ଘାଟନ୍ତୁ । ଚୁନା ପକାଉ ଥାଆନ୍ତୁ ଓ ଘାଣ୍ଟୁ ଥାଆନ୍ତୁ । ଏହିପରି ପାଣ୍ଟି ଘାଣ୍ଟି ମେଞ୍ଚା ମେଞ୍ଚା ହୋଇ ଜନ୍ତୁଣି ପରି ହୋଇଗଲେ ଚୁଲିରୁ ଓହ୍ଲାଇ ଦିଅନ୍ତୁ । ଏଥର ଗୋଟିଏ କଡ଼େଇ ଆଣନ୍ତୁ । ଖଣ୍ଡେ କଦଳୀ ପତ୍ର ଆଣି ସେଥୁରେ ଘିଅ ମାରି କଡ଼େଇ ଉପରେ ରଖନ୍ତୁ । ଏଥର ଜନ୍ତୁଣିର ଅଧା ସେଥୁରେ ଦିଅନ୍ତୁ ଓ ତା ଉପରେ ସବୁଯାକ ପୁର ଦେଇ ପୁଣି ତା ଉପରେ ଜନ୍ତୁଣି ଦିଅନ୍ତୁ । ତା ଉପରେ ଘିଅ ହାତ ମାରି ଭଲ ଭାବରେ ସାଇଜ କରି ଦିଅନ୍ତୁ ଓ ଆଉ ଖଣ୍ଡେ କଦଳୀ ପତ୍ର ତା ଉପରେ ଘୋଡ଼ାଇ ଦିଅନ୍ତୁ । ଏଥର ବୁଲି ଉପରେ ଏହି କଡ଼େଇ ବସାନ୍ତୁ ଓ ତଳେ କାଠ ଜାଳି ପିଠା ଉପରେ ଅଙ୍ଗାର ନିଆଁ କିମ୍ବା ଘଷିନିଆଁ ଲଦି ଦିଅନ୍ତୁ । ଚୁଲି ଧୀର କାଳରେ ଜାଳିବେ ନଚେତ୍ ପିଠା ପୋଡ଼ି ଯିବ । ୨ ଘଣ୍ଟା ପରେ ଚୁଲିରୁ ଓହ୍ଲାଇ ଆଣି ପିଠା ଉପରୁ ଅଙ୍ଗାର ଭଲ ଭାବରେ ପରିଷ୍କାର କରି କଦଳୀ ପତ୍ରକୁ କାଢ଼ି ଦିଅନ୍ତୁ ଓ ମନ ମୁତାବକ ସାଇଜ କରି ଛୁରୀରେ କାଟି ପରିବେଷଣ କରନ୍ତୁ |
0 Reviews